Napačna izbira? Nič za to! Izdelke lahko vrnete do 30 dni
Z darilnim bonom ne morete zgrešiti. Obdarovanec lahko v zameno za darilni bon izbere karkoli iz naše ponudbe.
Do 30 dni za vračilo
ଭୀମ ପୃଷ୍ଟିଙ୍କ 'ସମୁଦ୍ର ମଣିଷ' ବହିଟିକୁ ନପଢ଼ିଲେ, ଆପଣ ଜାଣିପାରିବେନି ସମସାମୟିକ ଓଡ଼ିଆ ସାହିତ୍ୟର ବାସ୍ତବ ରୂପରେଖଟି କ'ଣ? ଜାଣିପାରିବେନି, ଉପନ୍ୟାସ ରଚନାରେ ପ୍ରାମାଣିକ ତଥ୍ୟ ଓ କଳ୍ପନାର ସମନ୍ୱୟ କିପରି ତାହାର ଶୈଳୀ ଓ ଭାବବସ୍ତୁ ନିର୍ମାଣରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି? ସମୁଦ୍ର ମଣିଷ ହେଉଛି, ସମୁଦ୍ର ଗ୍ରାସ କରିଛି ଯେଉଁ ମଣିଷମାନଙ୍କୁ, ସେଇମାନଙ୍କର ଅନ୍ତରାତ୍ମାର କୋହ, ନିଃସଙ୍ଗ ବିଳାପ, ଛିନ୍ନ ମୂଳ ହୋଇଯିବାର ଯନ୍ତ୍ରଣାକାତର, ମର୍ମଭେଦୀ ଜୀବନ ଆଲେଖ୍ୟ । ଯେପରି ଜଳବାୟୁର ବିପର୍ଯ୍ୟୟରେ ଅସହାୟ ମଣିଷର ବୁକୁଫଟା କାନ୍ଦ । ଯେପରି ବିଜ୍ଞାନ ସମୃଦ୍ଧ ଶୋଷଣମୁଖୀ ଆଧୁନିକ ସଭ୍ୟତା ଉପରେ ପ୍ରକୃତିର ପ୍ରତିଶୋଧ ।
- ମନୁଆ ଦାସ, ବରିଷ୍ଠ କବି
ଅସହାୟ ଏକ ମାନୁଷ୍ୟିକ ଅବସ୍ଥିତି ଓ ଧୀର ନିରନ୍ତର ଏକ ସାମୁଦ୍ରିକ ଆକ୍ରୋଶର କାହାଣୀ ଭିତରେ ଗଢ଼ା ହେଇଛି ଭୀମ ପୃଷ୍ଟିଙ୍କ 'ସମୁଦ୍ର ମଣିଷ' । ଏ ଉପନ୍ୟାସ ମଣିଷର ଶ୍ରେଷ୍ଠତ୍ୱର ଅହଂକାର, ପ୍ରକୃତିର ରଣହୁଂକାରରେ କେଡ଼େ ଅସହାୟ ତାକୁ ପ୍ରତିପାଦିତ କରିଛି । ଲୁଣାପାଣିର ଲବଣୋକ୍ତ ପବନ କୌଣସି ଗ୍ରାମୀଣ ଜୀବନକୁ କେମିତି ନିଷ୍କ୍ରିୟ, ଅସହାୟ କରିଦେଇପାରେ ପରି ବ୍ୟଞ୍ଜନା-ଗଭୀର ଉପସ୍ଥାପନ ଏ ଉପନ୍ୟାସର ଚମତ୍କାରିତା ।
- କଇଳାଶ ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକ
'ସମୁଦ୍ର ମଣିଷ'ରେ ପ୍ରକୃତି ଓ ପ୍ରଳୟର ଅସାଧାରଣ ପରିଚର୍ଚ୍ଚା ସହିତ ମଣିଷର ଅନ୍ତହୀନ ଜିଜୀବିଷା ଦେଖିବାକୁ ମିଳେ । ଅସାମାନ୍ୟ ନେରେଟିଭ ଓ ଅସାଧାରଣ ସଂରଚନା ଉପନ୍ୟାସଟିକୁ କାଳୋତୀର୍ଣ୍ଣ କରିପାରିଛି । ବିପର୍ଯ୍ୟୟ ଓ ବିସ୍ଥାପନର ଏ ମହାଗାଥା ମାନବ ସଭ୍ୟତାର ନୂଆ ଇତିହାସ ଲେଖିସାରିଛି ।
- ସତ୍ୟପ୍ରିୟ ମହାଳିକ, ବରିଷ୍ଠ ସାହିତ୍ୟିକ
Pozdravljeni! Sem Libroamiko, vaš knjižni svetovalec.
Kako vam lahko pomagam?