Napačna izbira? Nič za to! Izdelke lahko vrnete do 30 dni
Z darilnim bonom ne morete zgrešiti. Obdarovanec lahko v zameno za darilni bon izbere karkoli iz naše ponudbe.
Do 30 dni za vračilo
କଥା ପ୍ରସଙ୍ଗରେ ଏକଦା ମୁଁ ବାପାଙ୍କୁ ବିନମ୍ର ଅନୁରୋଧ କରିଥିଲି ବିଭୂତି ଭୂଷଣଙ୍କ 'ଦେବଯାନ' ନାମକ ଉପନ୍ୟାସଟିକୁ ଅନୁବାଦ କରିବା ନିମିତ୍ତ । ସେ ତାଙ୍କର ଏହି ଗେହ୍ଲା ପୁତ୍ରଟିର କଥା ରକ୍ଷାକରି ଗ୍ରୀଷ୍ମକାଳର ଦ୍ୱିପ୍ରହର ବେଳରେ ଧ୍ୟାନସ୍ଥ ହୋଇ ଅନୁବାଦ କରୁଥିଲେ 'ଦେବଯାନ' ଉପନ୍ୟାସଟିକୁ ।
ଅନୁବାଦ ଅଳ୍ପଦିନ ମଧ୍ୟରେ ଶେଷ ହୋଇଯାଇଥିଲା । କିନ୍ତୁ ବାପାଙ୍କ ଆୟୁଷ ନଥିଲା ସୁଦୀର୍ଘକାଳ । ମୁଁ ଆନ୍ତରିକ ଭାବରେ ଚାହୁଁଥିଲି ଯେ ବାପାଙ୍କ ଜୀବିତାବସ୍ଥାରେ ଏହା ପ୍ରକାଶିତ ହେଉ । ମାତ୍ର ମୋ ଇଚ୍ଛା ଇଚ୍ଛାମୟଙ୍କ ଦ୍ୱାରା ଗୃହୀତ ହୋଇନଥିଲା । ଉପନ୍ୟାସଟିକୁ ପାଠକରିବା ପାଇଁ ବାପା ମୋତେ ବାରମ୍ବାର ମନେ ପକାଇଦିଅନ୍ତି । ଉପନ୍ୟାସଟିକୁ ଯେତେବେେଳେ ପାଠକଲି ସ୍ତମ୍ଭୀଭୂତ ହୋଇ ରହିଯାଇଥିଲି ମୁଁ । ଏହାର ବିଷୟବସ୍ତୁ ହେଉଛି ମୃତ୍ୟୁ ପରବର୍ତ୍ତୀ ଜୀବନର ବିଭିନ୍ନ ସ୍ତରର ବୈଚିତ୍ର୍ୟପୂର୍ଣ୍ଣ ଅନୁଭୂତି । ବିଭୂତି ଭୂଷଣ ବନ୍ଦୋପଧ୍ୟାୟ ଏହି ଦୃଶ୍ୟମାନ ଜଗତର ଅନ୍ତରାଳରେ ରହିଥିବା ଅଦୃଶ୍ୟ ଜଗତ ଉପରେ ଆସ୍ଥାଶୀଳ ନଥିଲେ, ଏପରି ନୂତନ କଳ୍ପନାର ଡେଣା ତାଙ୍କ ସ୍ରଷ୍ଟାମାନସରେ ମେଲିଯାଇନଥା'ନ୍ତା । ତେବେ ସେ ଯାହା ହେଉନା କାହିଁକି ବିଭୂତି ଭୂଷଣଙ୍କ 'ଦେବଯାନ' ଏ କ୍ଷେତ୍ରରେ ପ୍ରତ୍ୟେକଟି ପାଠକଙ୍କ ନିମିତ୍ତ ଯେ ନେଇଆସିବ ଏକ ନୂତନ ଆହ୍ୱାନ ଓ ଆକର୍ଷଣ ଏଥିରେ ଦ୍ୱିମତ ନାହିଁ । ସାହିତ୍ୟିକ, ମନସ୍ତାତ୍ତ୍ୱିକ, ବୈଜ୍ଞାନିକ, ପାରଲୌକିକ ଏ ସବୁ ଦୃଷ୍ଟିରୁ ଉପନ୍ୟାସଟିର କଳାତ୍ମକ ସାଫଲ୍ୟ ଯେ ଅସାମାନ୍ୟ ଏହା ଯେକୌଣସି ଅନ୍ତର୍ଦୃଷ୍ଟି ସମ୍ପନ୍ନ ପାଠକ ଅନୁଭବ କରିପାରିବେ ନିଶ୍ଚୟ ।
---ମଣୀନ୍ଦ୍ର କୁମାର ମେହେର
Pozdravljeni! Sem Libroamiko, vaš knjižni svetovalec.
Kako vam lahko pomagam?