Napačna izbira? Nič za to! Izdelke lahko vrnete do 30 dni
Z darilnim bonom ne morete zgrešiti. Obdarovanec lahko v zameno za darilni bon izbere karkoli iz naše ponudbe.
Do 30 dni za vračilo
11 ଅଶୋକ ରୋଡ୍ ସ୍ଥିତ ଭାରତୀୟ ଜନତା ପାର୍ଟିର ପୁରାତନ କାର୍ଯ୍ୟାଳୟରେ ଏକ ଡିଜିଟାଲ୍ କାଉଣ୍ଟର ଟିକ୍ ଟିକ୍ କରୁଥିଲା। ଦଳୀୟ କର୍ମୀ,କାର୍ଯ୍ୟାଳୟ ସହାୟକ ଆଦି ସମସ୍ତଙ୍କ ନଜର ଡିଜିଟାଲ ପର୍ଦ୍ଦା ଉପରେ ଥିଲା। ଭାରତୀୟ ଜନତା ପାର୍ଟିର ସଭ୍ୟ ସଂଗ୍ରହ କାର୍ଯ୍ୟ ଅନ୍ତର୍ଗତ 'ନୂଆ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଦ୍ବାରା ପଞ୍ଜୀକୃତ ହୋଇଥିବା ସଦସ୍ୟମାନଙ୍କ ସଂଖ୍ୟା ଏହି ପର୍ଦ୍ଦା ଉପରେ ପ୍ରଦର୍ଶିତ ହେଉଥିଲା। ଦଳର ଜାତୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା ସେଦିନ ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ଯେତେବେଳେ ଶ୍ରୀ ଶାହ| ଡିଜିଟାଲ କାଉଣ୍ଟର ଦେଖିବାକୁ ଆସିଲେ, ସେତେବେଳେ ତାଙ୍କ ଆଖିରେ ବାଳକ ସୁଲଭ ଆଗ୍ରହ ଥିଲା। ସୌଭାଗ୍ଯବଶତଃ ମୁଁ ସେ ମୁହୂର୍ତ୍ତର ସାକ୍ଷୀ ଥିଲି। ଡିଜିଟାଲ କାଉଣ୍ଟର ନିର୍ଦ୍ଧାରିତ ଲକ୍ଷ୍ୟରେ ପହଞ୍ଚିବା କ୍ଷଣି ପୁରା କାର୍ଯ୍ୟାଳୟରେ ଉଲ୍ଲାସର ଗୁଞ୍ଜରଣ ଶୁଭିଲା। ଜଣେ କଠୋର କାର୍ଯ୍ୟପାଳକ ଭାବେ ଜଣାଶୁଣା ଉଲ୍ଲସିତ ଦଳୀୟ ଅଧ୍ୟକ୍ଷ ମଧ୍ୟ ନିଜ ଖୁସିକୁ ଲୁଚାଇ ପାରିଲେ ନାହିଁ। ଏହି ଉଚ୍ଚାଭିଳାଷୀ ସଦସ୍ୟତା ସଂଗ୍ରହ ଅଭିଯାନ ତାଙ୍କ ଚିନ୍ତା ପ୍ରସୂତ ଥିଲା ।ତାଙ୍କ ବିଚାରରେ ବିଜେପିର ନୂତନ ଭାବେ ହାସଲ ପ୍ରତିଷ୍ଠାକୁ ଏକୀଭୂତ କରିବାକୁ ସକ୍ରିୟ ସଦସ୍ୟମାନେ ହିଁ ଆଧାର ସଦୃଶ ଥିଲେ। ପରଦିନ ପ୍ରତ୍ୟେକ ପ୍ରମୁଖ ସମ୍ବାଦ ପତ୍ର ' ବିଜେପି ବିଶ୍ୱର ସର୍ବ ବୃହତ୍ ରାଜନୈତିକ ଦଳ ହେଲା ' ଶୀର୍ଷକରେ ମୁଖ୍ୟ ସମ୍ବାଦ ପରିବେଷଣ କଲେ। ପ୍ରମୁଖ ସମ୍ବାଦ ପତ୍ର 'ଦି ଟାଇମସ୍ ଅଫ୍ ଇଣ୍ଡିଆ ' ଆଉ ପାଦେ ଆଗକୁ ଯାଇ କହିଲା ' ଗତ ପାଞ୍ଚ ମାସ ଭିତରେ ନିଜର ସଭ୍ୟ ସଂଖ୍ୟା ଆଠ ଦଶମିକ ଆଠ କୋଟିକୁ ବୃଦ୍ଧି କରି ଶାସକ ବିଜେପି ଦଳ ବର୍ତ୍ତମାନ ବିଶ୍ୱର ସର୍ବବୃହତ୍ ରାଜନୈତିକ ଦଳ ସାବ୍ୟସ୍ତ ହୋଇଛି |
Pozdravljeni! Sem Libroamiko, vaš knjižni svetovalec.
Kako vam lahko pomagam?